
ରାମ ଅନାଥ ପିଲା ଟିଏ। ବାପା ମା କେହି ନାହାନ୍ତି । ଗାଁ ର ଜଣେ ବୁଢ଼ୀ ପାଳି ବଡ଼ କରି ସେ ମରିଗଲା । ରାମଚନ୍ଦ୍ର ମାଛ ମାରିବାକୁ ନିଷ୍ପତ୍ତି ନେଲେ । ସେ ମାଛ ମାରି ବିକ୍ରି କରି ଖୁସିରେ ଚଳୁଥାଏ ।
ଦିନେ ସେ ମାଛ ମାରି ଘରକୁ ଫେରୁଥାଏ । ହଠାତ୍ ଦେଖିଲା କେହି ଜଣେ ଝିଅ ନଦୀ ତଟରେ ବସି କାନ୍ଦୁଅଛି । କାହିଁକି କାନ୍ଦୁଛ : ରାମ । ସେ ଝିଅଟି କହିଲା - ମୋର ନାମ ସୀତା, ପାଖ ମଧୁପୁର ଗାଁରେ ମୋ ଘର । ମୋର କେହି ନାହାନ୍ତି । ବାପା ମାଆ କିଛି ଅଜଣା ରୋଗରେ ମରିଗଲେ, ମୁଁ ମଧ୍ୟ ମରିବାକୁ ନିଷ୍ପତ୍ତି ନେଇଛି, ଆଉ କ'ଣ କରିବି ଏକା ଏକା । ରାମ କହିଲା ଭଗବାନ ଯେ କ'ଣ କରନ୍ତି ସେ ଏକା ଜାଣନ୍ତି । ତୁମେ ଚିନ୍ତା କରନାହିଁ ମୁଁ ତୁମ ସହ ଅଛି। ରାମ କହିଛି ତୁମର ଯଦି କିଛି ଆପତ୍ତି ନଥାଏ ତେବେ ମୁଁ ଗୋଟେ କଥା କହିବି । ସୀତା କ’ଣ କହିବ କୁହ କହିଲା। ରାମ: ମୋର ବି କେହି ନାହାନ୍ତି ତୁମେ ମତେ ବିବାହ କରି ପାରିବ।। ସୀତା ରାଜି ହୋଇଗଲା । ଦୁହେଁ ବିବାହ କରି ଘରକୁ ଆସିଲେ । ସମସ୍ତ ଲୋକ ବିବାହ କଥା ଶୁଣି ଖୁସି ହେଲେ । ଦୁହେଁ ଆନନ୍ଦରେ ରହିଲେ । ରାମ ମାଛ ମାରି ଓ ଚାଷ କରି ପରିବାର ପୋଷଣ କରୁଥିଲେ । କିଛିଦିନ ପରେ ସୀତାଙ୍କ ଦୁଇଟି ପୁତ୍ର ଜନ୍ମ ହେଲା ।। ଦୁହେଁ ଦେଖିବାକୁ ଅତ୍ୟନ୍ତ ସୁନ୍ଦର । ତାଙ୍କ ହାତରେ ଏକ ପଦ୍ମ ଚିହ୍ନ ରହିଥାଏ । ବଡ଼ ଭାଇଙ୍କ ନାମ ବଳଦେବ ଓ ସାନ ଭାଇଙ୍କ ନାମ ବୀରଭଦ୍ର । ସେମାନେ ଧିରେ ଧିରେ ବଡ଼ ହେବାକୁ ଲାଗିଲେ । ସେମାନେ ବାପା ମାଙ୍କୁ ବହୁତ ଭଲ ପାଉଥିଲେ । ବାପା ମାଆଙ୍କ ଖୁସି କହିଲେ ନ ସରେ । ସମସ୍ତେ ଖୁସିରେ ଜୀବନ ଅତିବାହିତ କରୁଥିଲେ ।।
ତାଙ୍କର ଖୁସି ବେଶି ଦିନ ରହିଲା ନାହିଁ । ବଳଦେବ ଓ ବିରଭଦ୍ର ଜନ୍ମ ହେବାର ତିନି ବର୍ଷର ହୋଇଥିଲା । ଦିନେ ସମସ୍ତେ ମନ୍ଦିରରୁ ଫେରୁଥାନ୍ତି ହଠାତ ସୀତା ତଳେ ପଡିଗଲେ । ରାମ ତାଙ୍କୁ ବଇଦ ନିକଟକୁ ନେଇଗଲେ । ବଇଦ କିଛି ଔଷଧ ଖାଇବାକୁ ଦେଲେ । ସୀତା ଭଲ ହୋଇ ଘରକୁ ଆସିଲେ । ରାମ ସୀତାଙ୍କୁ ଭଲ କରି ଦେବା ପାଇଁ ଠାକୁରଙ୍କୁ ଡାକୁଥିଲେ । ବଳଦେବ ଓ ବିରଭଦ୍ର ମା'ଙ୍କୁ ଦେଖି କାନ୍ଦୁଥିଲେ । ସୀତା କହିଲେ ତୁମେ କାନ୍ଦୁଛ କାହିଁକି ମୋର କିଛି ହୋଇ ନାହିଁ। ମୋର ଯଦି କିଛି ହୋଇ ଯାଏ ତେବେ ଭାଙ୍ଗି ପଡିବ ନାହିଁ । ତୁମେ ବଡ଼ ହୋଇ ଆମର ନାଁ ରଖିବ । ହଠାତ ସେ ସମୟରେ ସେ ବେହୋସ ହୋଇ ପଡିଗଲେ। ରାମ ଆସି ଖଟରେ ଶୁଆଇ ପାଣି ଛିଞ୍ଚିଲେ। ହେଲେ ମଧ୍ୟ ସେ ଉଠିଲେ ନାହିଁ। ରାମ ଘରେ ପିଲାଙ୍କୁ ଶୁଆଇ ଦେଇ ସୀତା ଙ୍କୁ ଧରି ବଇଦ ନିକଟକୁ ଗଲେ।ବଇଦ ସୀତାଙ୍କୁ କିଛି ଔଷଧ ଖାଇବାକୁ ଦେଲେ। ବଇଦ ରାମଙ୍କୁ ଡାକି କହିଲେ ତୁମ ପତ୍ନୀଙ୍କ ଜୀବନ ବିପଦାପନ୍ନ। ତାଙ୍କୁ ଏକ ବଡ଼ ରୋଗ ହୋଇଛି। ସେ ଆଉ ଅଧିକ ଦିନ ବଞ୍ଚିବା କଷ୍ଟକର। କିଛି ଔଷଧ ଖାଇବାକୁ ଦେଉଛି କିଛି ଅସୁବିଧା ହେଲେ ମୋ ନିକଟକୁ ଆସିବ ।। ରାମ ଦୁଃଖରେ ଘରକୁ ଆସିଲେ । ସେ ଦୁଃଖରେ କାନ୍ଦୁଥାନ୍ତି । ସେ ଦୁଃଖରେ କିଛି ଖାଇଲେ ନାହିଁ କିନ୍ତୁ କାମ ନ କଲେ ପିଲାମାନଙ୍କୁ କେମିତି ଖାଇବାକୁ ଦେଲେ ଭାବି କାମ କରିବା ପାଇଁ ଗଲେ । ସେ ଯାଇ ଗାଁ ମୁଖିଆଙ୍କ ସହିତ କଥା ହେଲେ ସେ ରାମଙ୍କୁ କିଛି କାମ ଦେଲେ । ସେ କାମ କରି କିଛି ଟଙ୍କା ଆଣିଲେ । ସେ ସମସ୍ତଙ୍କୁ ଟଙ୍କା ଦେଖାଇଲେ ସମସ୍ତେ ଖୁସି ହୋଇ ଗଲେ । ରାମ ଦୋକାନରୁ କିଛି ଖାଦ୍ୟ ଆଣି ସମସ୍ତେ ଖାଇଲେ ।। ରାତ୍ରିରେ ରାମ କାନ୍ଦି କାନ୍ଦି ଶୋଇ ପଡ଼ିଲେ । ସୀତା କାନ୍ଦି ବାର କାରଣ ପଚାରିଥିଲେ କିନ୍ତୁ ସେ କିଛି କହିନଥିଲେ । ସକାଳୁ ଉଠି ସମସ୍ତେ ନିଜ ନିଜ କାର୍ଯ୍ୟରେ ଲାଗିଲେ । ରାମଚନ୍ଦ୍ରଙ୍କ ଛଡ଼ା ସୀତାଙ୍କର ରୋଗ ବିଷୟରେ କେହି ଜାଣି ନାହାଁନ୍ତି ।
କିଛି ଦିନ ଗଲା । ଦିନେ ରାମଚନ୍ଦ୍ର ବାହାରକୁ ଯାଇଥାନ୍ତି । ଘରେ ଥାନ୍ତି ସୀତା ଓ ଦୁଇ ପୁଅ। ଦୁଇ ପୁଅ ଧିରେ ଧିରେ ବଡ଼ ହେଉଛନ୍ତି ତେଣୁ ଚଗଲାମୀ ବଢ଼ି ଚାଲିଛି। ସୀତା ରାମଚନ୍ଦ୍ରଙ୍କୁ ପୁଅଙ୍କ ବିଷୟରେ କହିଲେ। ରାମ କହିଲେ ମୁଁ ଆଜି ଠାରୁ ପାଖ ନଦୀରେ ମାଛ ମାରି ଚଳିବି। ପୁଅଙ୍କୁ ସାଥିରେ ଧରି ଯିବି। ସକାଳୁ ଉଠି ରାମ ଓ ଦୁଇ ପୁଅ ନଦୀ କୁ ମାଛ ଧରିବାକୁ ଗଲେ। ସମସ୍ତେ ଖୁସିରେ ମାଛ ମାରି ଚଳୁଥାନ୍ତି । ବୀରଭଦ୍ର ଓ ବଳଦେବ ଧିରେ ଧିରେ ବଡ଼ ହେଉଛନ୍ତି ଓ ତାଙ୍କ ଚଗଲାମି ବଢ଼ି ଯାଉଥାଏ । ସେମାନଙ୍କୁ ରାମ ସାବଧାନରେ ନେବା ଆଣିବା କରନ୍ତି ।
ଦିନେ ବୀରଭଦ୍ର ଏକୁଟିଆ ସମସ୍ତେ ଉଠିବା ପୂର୍ବରୁ ନଦୀକୁ ଗଲା । କେହି ଜାଣି ନାହାଁନ୍ତି ସେ ପାଣିରେ ଖେଳୁଥାଏ । କିଛି ସମୟ ପରେ ସେ ଦେଖିଲା ଗୋଟିଏ ସ୍ଥାନରେ ବହୁତ ପାଣି ପଡୁଛି । ସେ ସେଠାକୁ ଗଲା ବହୁତ ପାଣି ଆସୁଥିବାରୁ ଭାସିଗଲା । ସେ ତାଙ୍କ ମା କଥାକୁ ମନେ ପକାଇଲେ ତାଙ୍କ ମା କହିଥିଲେ ବିପଦ ବେଳେ ପ୍ରଭୂ ନାରାୟଣଙ୍କୁ ଡାକିବୁ ସେ ତତେ ଉଦ୍ଧାର କରିବେ । ବୀରଭଦ୍ର ସେଇୟା କଲେ ସ୍ଵୟଂ ନାରାୟଣଙ୍କୁ ଡାକିଲେ ପ୍ରଭୂ ତାଙ୍କୁ ସାହାଯ୍ୟ କଲେ । ବୀରଭଦ୍ର ନଦୀ କୂଳରେ ପହଞ୍ଚି ଗଲା । ସେ ଖୁସିରେ ଘରକୁ ଆସିଲା ।।
ବୀରଭଦ୍ର ଓ ବଳଦେବଙ୍କ ର ବୟସ ବଢିବାରେ ଲାଗିଲା । ଦୁଇ ଭାଇ ଗୀତ ନାଚ କରି ଘରକୁ ହସାଉଥିଲେ । ରାମ ଭାବୁଥିଲେ ଦୁଇ ପୁଅଙ୍କୁ ବଡ଼ ମଣିଷ କରିବେ । ତାଙ୍କୁ ଗୁରୁକୁଳକୁ ଶିକ୍ଷା ଅର୍ଜନ ପାଇଁ ପଠାଇବ । ଏମାନେ ମୋର ସୁନାମ ଅର୍ଜନ କରିବେ । ଏମିତି କେତେ ଗୁଡାଏ କଥା ଭାବୁଥାନ୍ତି ରାମଚନ୍ଦ୍ର । ଏପରି ଖୁସିରେ ତାଙ୍କର ଜୀବନ ଅତିବାହିତ କରୁଥିଲେ।।
ଖୁସିରେ ରାମଚନ୍ଦ୍ରଙ୍କର ଜୀବନ କଟୁଥାଏ । ସୀତାଙ୍କର ଦିନେ ଦେହ ବହୁତ ଖରାପ ହୋଇଗଲା । କେହି ଘରେ ନ ଥାନ୍ତି । ସୀତାଙ୍କୁ ନେଇ ସେ ବଇଦ ପାଖକୁ ଗଲେ । ସୀତାଙ୍କୁ ଲକ୍ଷଣ ଦେଖି ତାଙ୍କ ରୋଗ ବିଷୟରେ ବଇଦ ଜାଣିଲେ । ତୁମକୁ ମୁଁ ବଞ୍ଚେଇ ପାରିବି ନାହିଁ ବୋଲି କହିଲେ ବଇଦ । ସୀତା ଆତ୍ମହତ୍ୟା କରିବାପାଇଁ ଗଲେ । ଦୁଃଖରେ ସେ ନଦୀରେ ଯାଇ ଆତ୍ମହତ୍ୟା କଲେ।।
ରାମ ଘରକୁ ଆସି ସୀତାଙ୍କୁ ନ ପାଇ ବ୍ୟସ୍ତ ହୋଇ ପଡିଲେ । ଶୁଣି ବାକୁ ପାଇଲେ ସୀତା ନଦୀରେ ଆତ୍ମହତ୍ୟା କରିଛନ୍ତି । ରାମ ଓ ଦୁଇ ପୁଅ ବହୁତ କାନ୍ଦିଲେ । ସେମାନେ ଦୁଃଖରେ ଜୀବନ ଅତିବାହିତ କରୁଥିଲେ ।
ବୀରଭଦ୍ର କାହାକୁ ନ ଜଣାଇ ଦିନେ ନଦୀକୁ ମାଛ ଧରିବାକୁ ଚାଲିଗଲେ । ସେ ଛୋଟ ପିଲା । ସେ ମାଛ ଧରୁ ଧରୁ ପାଣିରେ ଭାସିଗଲେ ।। ସେ ନଦୀରେ ଭାସି ଭାସି ବହୁତ ଦୂରକୁ ଚାଲିଗଲା । ସେହି ସମୟରେ ଜ୍ଞାନଦତ୍ତ ଋଷି ନଦୀରେ ସ୍ନାନ କରି ଘରକୁ ଫେରୁଥାନ୍ତି । ସେ କେହି ଜଣେ ଭାସି ଆସୁଥିବାର ଦେଖି ତାକୁ ବଞ୍ଚାଇଲେ । ବୀରଭଦ୍ରକୁ ଆଣି ଆଶ୍ରମକୁ ଆସିଲେ । ତାକୁ ତା’ର ନାଁ ପଚାରିବାରୁ ସେ କିଛି କହିଲାନି। ତେଣୁ ଋଷି ତା’ର ନାଁ ଦେଲେ ବୀର୍ସା ।
ରାମ ଘରେ ବୀରଭଦ୍ରଙ୍କୁ ନ ପାଇ ବ୍ୟସ୍ତ ହୋଇ ପଡିଲେ । ରାମଚନ୍ଦ୍ର ଓ ବଳଦେବ ଘର ଛାଡ଼ି ଖୋଜିବା ପାଇଁ ବାହାରିଗଲେ । ସେମାନେ ବହୁତ ଦୁଃଖରେ ଯାଉଥିଲେ । ସେ ଗୋଟେ ଗାଁ ରେ ପହଞ୍ଚି ଗଲେ । ସେହି ଗାଁର ପ୍ରଧାନ ଅଶୋକ ଚକ୍ର ତାଙ୍କ ଦୁଃଖ ଶୁଣି ତାଙ୍କୁ ଏକ ଘର ଦେଇ ତୁମେ ଚିନ୍ତା କରନାହିଁ ବୋଲି କହିଲେ । ରାମ ଅଶୋକଙ୍କୁ କୃତଜ୍ଞତା ଜ୍ଞାପନ କଲେ । ସେମାନେ ବୀରଭଦ୍ରକୁ ଆଉ ପାଇଲେ ନାହିଁ । ସେମାନେ ଘରକୁ ନ ଆସି ସେଠାରେ ରହିଲେ । ବଳଦେବର ଶିକ୍ଷା ଅଧ୍ୟୟନର ସମୟ ହେଲା ।ଧର୍ମଦତ୍ତ ଋଷିଙ୍କ ନିକଟରେ ସେ ଶିକ୍ଷା ଅଧ୍ୟୟନ କରିଲେ ।। ଜ୍ଞାନଦତ୍ତଙ୍କ ଭାଇ ଧର୍ମଦତ୍ତ ଅଟନ୍ତି ।
ବୀର୍ସା ମଧ୍ୟ ଜ୍ଞାନଦତ୍ତ ଋଷିଙ୍କ ନିକଟରେ ଶିକ୍ଷା ଅଧ୍ୟୟନ କରିଲେ । ବିର୍ସା ଧନୂ ଶିକ୍ଷା ମଧ୍ୟ କରିଥିଲେ । ନିଜ ପୁତ୍ର ଭଳି ବୀର୍ସାଙ୍କୁ ରଖିଲେ । ଗୁରୁଙ୍କ ସମସ୍ତ ପରୀକ୍ଷାରେ ବୀର୍ସା ସଫଳତା ହାସଲ କରିଲେ। ଗୁରୁ ଏହା ଦେଖି ଆନନ୍ଦ ହେଲେ ।
ବଳଦେବ ଗୁରୁ ଧର୍ମଦତ୍ତଙ୍କ ନିକଟରେ ଶିକ୍ଷା ଅଧ୍ୟୟନ କରିଲେ । ବଳଦେବ ଗୁରୁଙ୍କ ଠାରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ଚାଳନା ଶିକ୍ଷା ଅଧ୍ୟୟନ କରିଲେ । ଗୁରୁଙ୍କର ସମସ୍ତ ପରୀକ୍ଷାରେ ମଧ୍ୟ ସେ ସଫଳତା ହାସଲ କରିଲେ । ଗୁରୁ ଏହା ଦେଖି ଆନନ୍ଦ ହେଲେ ।
ଧିରେ ଧିରେ ବୀର୍ସା (ବୀରଭଦ୍ର) ଓ ବଳଦେବଙ୍କ ବୟସ ବଢିବାରେ ଲାଗିଲା । ଦୁହିଁଙ୍କର ଶିକ୍ଷା ଅଧ୍ୟୟନ ଶେଷ ହେଲା । ଦୁହେଁ ବୀର ଯୋଦ୍ଧା ପରି ଦିଶୁଥାନ୍ତି । ବୀର୍ସା ଗୁରୁଙ୍କ ସହ ଆନନ୍ଦରେ ଥାଏ । ବଳଦେବ ଶିକ୍ଷା ଅଧ୍ୟୟନ ସମାପ୍ତ କରି ଘରକୁ ଆସିଲେ । ରାମ ବଳଦେବକୁ ଦେଖି ଖୁସିରେ କାନ୍ଦି ପକାଇଥିଲେ । ସେ ତାଙ୍କର ସବୁ ସୁଖ ପାଇ ଗଲେ ବୋଲି କହିଲେ।
ରାମ ବଳଦେବର ଶିକ୍ଷା ଅଧ୍ୟୟନ ଶେଷ ହୋଇଥିବା ଜାଣି ଖୁସି ହେଲେ । ବଳଦେବ ମଧ୍ୟ ବାପାଙ୍କୁ ଦେଖି ଖୁସି ହେଲା । ରାମ କହିଲେ ମୁଁ ଆଜି ମୋର ଗୋଟିଏ ପୁଅକୁ ମଣିଷ କରି ପାରିଛି । ତୁ ଏକା ମୋର ସାହା ଭରସା । ଦୁଇ ପୁଅରୁ ଗୋଟେ କେଉଁ ଆଡେ ଚାଲି ଗଲା ଯେ ଖୋଜ ଖବର ନାହିଁ ।। ଯାହା ସେ ନାରାୟଣଙ୍କ ଇଚ୍ଛା।
ବଳଦେବ ବାପା ଙ୍କୁ ପଚାରିଲେ, "ବାପା କ'ଣ ମୋର ଜଣେ ଭାଇ ଥିଲେ? ସେ କ’ଣ ମୋତେ ଆଉ ଖୋଜୁ ନାହିଁ । ସେ ତୁମକୁ କ’ଣ ପାଇଁ ଛାଡି ଚାଲିଯାଇଛି । ତା’ର ନାଁ କଣ ଥିଲା ବାପା?" ଏମିତି କେତେ ଗୁଡାଏ ପ୍ରଶ୍ନ କରିଛନ୍ତି ବଳଦେବ । ବାପା ତାଙ୍କ ସ୍ତ୍ରୀ ଓ ପୁଅ ବୀରଭଦ୍ର କଥା ଭାବି କାନ୍ଦୁଥାନ୍ତି ।।
ରାମ ଚନ୍ଦ୍ର କହିଲେ ତୋ ଭାଇ ବୀରଭଦ୍ର ତୋ ଭଳି ହେବଣି । ତୁମକୁ ତିନି ଚାରି ବର୍ଷ ହେଉଥାଏ, ତୋ ମା ଅଜଣା ରୋଗରେ ପୀଡିତ ଥିବା ଜାଣି ଆତ୍ମହତ୍ୟା କରିଦେଲେ । କିଛି ଦିନ ପରେ ବୀର ଭଦ୍ର ମଧ୍ୟ କେଉଁ ଆଡେ ଚାଲି ଗଲା । ଲୋକେ କହୁଥିଲେ ସେ ନଦ କୁ ସକାଳୁ ଏକୁଟିଆ ମାଛ ମାରି ବା ପାଇଁ ଜାଲ ଧରି ଯାଉଥିଲା । ନଦୀରେ ଭାସି ଯାଇଛି ବୋଧହୁଏ । ତାକୁ ଖୋଜି ଏଠି ଆସି ରହିଗଲି ।
ବଳଦେବ ପଚାରିଲେ ମୋ ଭାଇ ତ ବଡ଼ ହେବଣି ତାଙ୍କୁ ଚିହ୍ନିବି କିପରି । ରାମଚନ୍ଦ୍ର କହିଲେ ତା’ର ବାମ ହସ୍ତରେ ଏକ ପଦ୍ମ ଚିହ୍ନ ରହିଛି ତୁମ ଦୁଇ ଭାଇଙ୍କ ହସ୍ତରେ ଜନ୍ମରୁ ରହିଛି । ମୋ ଭାଇଙ୍କୁ ମୁଁ ନିଶ୍ଚିତ ଖୋଜି ବାହାର କରିବି ବୋଲି କହିଲେ ବଳଦେବ ।
ଏକଦା ଦିନେ ବୀରଭଦ୍ର (ବୀର୍ସା) ଏକୁଟିଆ କାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥାଏ । ସାଥିରେ କିଛି ଅସ୍ତ୍ର ନେଇ ନ ଥିଲେ ବୀର୍ସା । ହଠାତ୍ ଏକ ବାଘ ବୀରଭଦ୍ର (ବୀର୍ସା) ଙ୍କୁ ଆକ୍ରମଣ କଲା । ସେ କ’ଣ କରିବେ ବୁଝି ନପାରି ଦୌଡ଼ିବାରେ ଲାଗିଲେ ।। ହଠାତ୍ ସେ ଦେଖିଲେ ଆଗରୁ କେହି ଜଣେ ତାଙ୍କୁ ଶର ମାରୁଛି । ପଛକୁ ଫେରି ଦେଖିଲେ ବାଘ ଶରରେ ଆଘାତ ହୋଇ ପଳେଉଛି । ବୀରଭଦ୍ର (ବୀର୍ସା) ର ଜୀବନ ବଞ୍ଚାଇଥିବାରୁ ଧନ୍ୟବାଦ ଦେଲେ ସେ ।। ବୀରଭଦ୍ରଙ୍କ ଜୀବନ ବଞ୍ଚାଇଥିବା ଲୋକ ହେଉଛନ୍ତି ବଳଦେବ । ଦୁହେଁ ଦୁହିଁଙ୍କର ନାଁ ଜାଣିଲେ। ବୀରଭଦ୍ର ପଚାରିଲେ ତମର ଘର କେଉଁଠି, ଏଠି କ’ଣ କରୁଛ? ବଳଦେବ କହିଲେ ଆମ ଘର ଏଇ ଗାଁ ମୁଣ୍ଡରେ । ମୁଁ ଓ ମୋ ବାପା ସେଠାରେ ରହୁୁୁଛୁ । ବୀରଭଦ୍ର କହିଲେ ମୁଁ ଆଶ୍ରମରେ ଗୁରୁଙ୍କ ନିକଟରେ ରହୁଛି । ବୀରଭଦ୍ରକୁ ବଞ୍ଚାଇଥିବାରୁ ବଳଦେବକୁ ତା’ର ଆଶ୍ରମକୁ ନିମନ୍ତ୍ରଣ କଲେ ବଳଦେବ । ଦୁହେଁ ଗୁରୁଙ୍କୁ ସବୁ କଥା କହିଲେ । ବୀରଭଦ୍ର ଓ ବଳଦେବ ଏକାଠି ମିଶି ଭୋଜନ କଲେ । ଦୁହେଁ ଦୁହିଁଙ୍କୁ ଯେମିତି ଆଗରୁ ଜାଣିଥିଲା ଭଳି ଅନୁଭବ କରୁଥିଲେ । ବଳଦେବ ବିଦାୟ ନେଇ ଘରକୁ ଆସିଲେ । ଘରେ ଆସି ବାପାଙ୍କୁ ସେସବୁ କଥା କହିଲେ ।
ବୀରଭଦ୍ର ଦିନେ ଜଙ୍ଗଲକୁ ଗଲା ବେଳେ ସେ ଦେଖିଲେ କେତେ ଗୁଡାଏ ଚୋର ଗୋଟିଏ ସୁନା ବାକ୍ସ ଚୋରି କରି ନେଇଛନ୍ତି । ସେ ଚୋର ମାନଙ୍କ ପାଖକୁ ଗଲେ ପଚାରିଲେ - ଭାଇମାନେ ଏ ବାକ୍ସ ଟିକୁ କେଉଁଠାକୁ ନେଉଅଛ? ଚୋର ମାନେ ସେହି ଗ୍ରାମର ପ୍ରଧାନ ଅଶୋକଙ୍କ ଘରୁ ଚୋରି କରି ଥିଲେ କିନ୍ତୁ ବୀରଭଦ୍ର ଜାଣି ନ ଥିଲେ । ଚୋର ମାନେ କିଛି ନ କହି ପଳେଇ ଯାଉଥିଲେ । ବୀରଭଦ୍ର ସେମାନଙ୍କୁ ପିଟି ଅଟକାଇଲେ। ବୀରଭଦ୍ର ଗାଁର ଲୋକଙ୍କୁ ଡାକିଲେ । ଗାଁର ସମସ୍ତ ଲୋକ ଆସିଲେ । ଗାଁ ପ୍ରଧାନ ଅଶୋକ ବାବୁ ଚୋର ମାନଙ୍କୁ ଧରିବାରେ ସାହାଯ୍ୟ କରିଥିବା ଯୋଗୁଁ ଧନ୍ୟବାଦ ଅର୍ପଣ କଲେ । ଗାଁର ସମସ୍ତ ଲୋକ ବୀରଭଦ୍ରକୁ ଧନ୍ୟବାଦ ଦେଲେ ଓ ପ୍ରଶଂସା ମଧ୍ୟ କଲେ ।
ଏକଦା ଦିନେ ବୀରଭଦ୍ର ଏକୁଟିଆ ବଳଦେବଙ୍କ ଘରକୁ ବୁଲିଯାଇ ଥାଏ। ବୀରଭଦ୍ର ତା’ଙ୍କ ବାପା ଙ୍କୁ ଦେଖିଲେ। କିନ୍ତୁ ରାମଚନ୍ଦ୍ର ମୋର ବାପା ବୋଲି ଜାଣି ନ ଥିଲେ। ରାମଚନ୍ଦ୍ର ତାଙ୍କୁ ଦେଖି ଚିହ୍ନା ଚିହ୍ନା ଲାଗୁଥାଏ। ସେ ତାଙ୍କ ହଜି ଯାଇଥିବା ପୁଅ କଥା ଭାବିଲେ। ରାମ ବୀର୍ସାଙ୍କୁ ତାଙ୍କ ପରିଚୟ ପଚାରିଲେ। ବୀରଭଦ୍ର (ବୀର୍ସା) କହିଲେ: ମୁଁ ଜ୍ଞାନଦତ୍ତ ଋଷିଙ୍କ ଆଶ୍ରମରେ ରହୁଛି। ସେ ମୋର ବାପା ମା ସବୁକିଛି। ସେ ମୋତେ ପିଲା ଦିନରୁ ପାଳି ଆସିଛନ୍ତି। ତା'ପରେ ବୀରଭଦ୍ର (ବୀର୍ସା) ଘରକୁ ଆସିଲେ।
ବୀରଭଦ୍ର (ବୀର୍ସା) ଋଷି ଜ୍ଞାନଦତ୍ତଙ୍କୁ ମା ବିଷୟରେ ପଚାରିଲେ। ଋଷି କହିଲେ: ମୁଁ ତୋତେ ଗୋଟେ ନଦୀ କୂଳରୁ ପାଇଥିଲି। ମୁଁ ତୋତେ ତୋର ନାମ ପଚାରିଥିଲି କିନ୍ତୁ ତୁ କିଛି କହୁ ନ ଥିଲୁ। ମୁଁ ତୋତେ ପାଇ ନିଜ ପୁଅ ଭଳି ରଖିଛି। ତୋର ନାମ ବୀର୍ସା ଦେଲି।
ବୀର୍ସା ପ୍ରତିଦିନ ବଳଦେବ ଘର କୁ ଯାଆନ୍ତି। ସେମାନେ ଦୁହେଁ ଖୁସିରେ ଭାଇ ଭାଇ ପରି ରହିଲେ। ସେମାନେ ଜଙ୍ଗଲ କୁ ଯାଇ ଫଳମୂଳ ଓ କାଠ ଆଣନ୍ତି। ସେମାନେ ବହୁତ ଖୁସି ରେ ରହନ୍ତି।
ଦିନେ ରାମଚନ୍ଦ୍ର ଜଙ୍ଗଲ କୁ କାଠ ଆଣିବା ପାଇଁ ଯାଉଥିଲେ। ସଙ୍ଗେ ସଙ୍ଗେ ପ୍ରବଳ ବର୍ଷା ହେଲା। ରାମଚନ୍ଦ୍ର ଗୋଟିଏ ଗଛ ମୂଳକୁ ଗଲେ। ସେଠାରେ ଗୋଟିଏ ବଡ଼ ହୁଙ୍କା ଥିଲା। ସେଠାରେ ରାମ ଶୋଇ ପଡ଼ିଲେ। କିଛି ସମୟ ପରେ ହୁଙ୍କାରୁ ଏକ ବଡ଼ ବିଷାକ୍ତ ସାପ ବାହାରିଲା। ରାମ ତା’ର ଯିବା ବାଟରେ ଶୋଇ ଥିବାରୁ ସେ ଚୋଟ ମାରି ଚାଲିଗଲା। ରାମ ଉଠି ସବୁ ଦେଖିଲେ। ସେ ଘର କୁ ଆସି ବଇଦ ନିକଟକୁ ଗଲେ କିନ୍ତୁ ବଇଦ ଭଲ କରି ପାରିଲେ ନାହିଁ। ରାମ ନିରାଶ ହୋଇ ଜ୍ଞାନଦତ୍ତ ଋଷିଙ୍କ ନିକଟରେ ସବୁ କଥା କହିଲେ। ଋଷି କହିଲେ ଏ ସାପ ଟି ବଡ଼ ବିଷାକ୍ତ ସର୍ପ। ଚିକିତ୍ସା ନ କଲେ ତୁମେ ପନ୍ଦର ଦିନରେ ମରିଯିବ। ତୁମ୍ଭ ଶରୀରକୁ ଧିରେ ଧିରେ ବିଷ କାବୁ କରିନେବ କିନ୍ତୁ ଏକ ଉପାୟ ରହିଛି ଗୋଟିଏ ଗୋଲାପି ରଙ୍ଗର ବୃକ୍ଷ ରହିଛି ଯଦି ତା’ର ପତ୍ର କିଛି ଆଣି ପାରିବେ ତେବେ ଆପଣ ସୁସ୍ଥ ହେବେ। ନିକଟରେ ବଳଦେବ କହିଲେ ମୁଁ ନିଶ୍ଚିତ ସେ ପତ୍ର ଆଣି ଆମ ବାପାଙ୍କୁ ବଞ୍ଚାଇବି। ଋଷି କହିଲେ ସେଠାକୁ ଯିବା ବହୁତ କଷ୍ଟ ।
ବଳଦେବ କହିଲେ ମୁଁ ମୋ ବାପା ଙ୍କ ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ। ଋଷି କହିଲେ ତୁମେ ପୂର୍ବ ଦିଗକୁ ପାଞ୍ଚ କୋଶ ବାଟ ଗଲେ ଏକ ପର୍ବତ ଦେଖିବ, ସେଠାରେ ସେହି ବୃକ୍ଷ ତୁମକୁ ମିଳିଯିବ। ବଳଦେବ ଯିବାକୁ ବାହାରିଲେ। ବୀରଭଦ୍ର (ବୀର୍ସା) ମଧ୍ୟ ଯିବାକୁ ବାହାରିଲେ। ଋଷି ବାରଣ କରୁଥିଲେ। ବୀରଭଦ୍ର କହିଲେ ମୁଁ କେବେ ଭାଇର ସ୍ନେହ ଶ୍ରଦ୍ଧା ପାଇ ନ ଥିଲି, କିଛି ଦିନ ହେବ ପାଇଛି ଆଜି ତାଙ୍କ ର ବିପଦ ଆସିଛି ସେ କ’ଣ ଏକୁଟିଆ ଯିବେ ମୁଁ କ’ଣ ତାଙ୍କର କେହି ନୁହେଁ। ଋଷି ଏହା ଶୁଣି ଖୁସି ହେଲେ। ବୀରଭଦ୍ର ଓ ବଳଦେବ ରାମଚନ୍ଦ୍ର ଓ ଋଷିଙ୍କୁ ପ୍ରଣାମ କରି ଯାତ୍ରା ଆରମ୍ଭ କଲେ। ରାମଙ୍କୁ ଋଷି ତାଙ୍କର ଆଶ୍ରମରେ ରହିବାକୁ କହିଲେ। ରାମ ସେଠାରେ ରହିଲେ, ଋଷି ତାଙ୍କର ଦେଖାଶୁଣା କରୁଥିଲେ।
ଦିନ କୁ ଦିନ ରାମ ଙ୍କ ର ଅବସ୍ଥା ବଦଳି ଯିବାରେ ଲାଗିଛି। ଋଷି ତାଙ୍କର ସୁସ୍ଥ ରହିବା ପାଇଁ କିଛି ଔଷଧ ଦେଉଥାଆନ୍ତି। ସେ ଭଗବାନଙ୍କୁ ରାମ ଭଲ ହେବା ପାଇଁ ସଦା ବେଳେ ଡାକୁଥିଲେ। ଏ ମାନଙ୍କ ସମ୍ପର୍କ କ’ଣ?ଏମାନେ ଦୁହେଁ ଦୁହିଁଙ୍କୁ ଜାଣି ନାହାଁନ୍ତି କିନ୍ତୁ, ଏପରି ସମ୍ପର୍କ କାହିଁକି? ଏମାନଙ୍କ ପୂର୍ବ ଜନ୍ମରେ କ’ଣ ସମ୍ପର୍କ ଥିଲା। କ’ଣ ପୂର୍ବ ଜନ୍ମରେ ସେମାନେ ଭାଇ ଭାଇ ନା ଗୁରୁ ଶିଷ୍ୟ ନା ବନ୍ଧୁ ନା ଆଉ କିଛି ଥିଲେ। କ’ଣ ସମ୍ପର୍କ??
ବୀର୍ସା ଓ ବଳଦେବ ପତ୍ର ଖୋଜିବାକୁ ଯାଉଛନ୍ତି। ତିନି ଦିନ ଧରି ଫଳ ଖାଇ ଜଳ ପାନ କରି ଯାଉଛନ୍ତି। ମଧୁପୁର ଗ୍ରାମରେ ରାତିରେ ଗୋପାଳ ବାବୁଙ୍କ ଘରେ ବିଶ୍ରାମ ନେଲେ। ଗୋପାଳ ବାବୁ ଦୁଇ ଭାଇଙ୍କୁ ଭଲ ଭାବରେ ଖାଇବା ପିଇବା ଖବର ବୁଝିଲେ। ଦୁହେଁ ସକାଳୁ ଉଠି ଗୋପାଳ ବାବୁଙ୍କୁ ଧନ୍ୟବାଦ ଦେଇ ଆଗକୁ ବାହାରିଲେ ।
କିଛିବାଟ ଗଲା ପରେ ସନ୍ଧ୍ୟା ହୋଇ ଯିବାରୁ ଗାଁ ମୁଣ୍ଡରେ ଥିବା ଏକ ଘର ଦେଖି ସେଠାରେ ଆଶ୍ରୟ ନେବାକୁ ନିଷ୍ପତ୍ତି ନେଲେ। ସେଠାରେ ଦୁଇଟି ସୁନ୍ଦର ଯୁବତୀ ବାସ କରୁଥିଲେ। ଦୁଇ ଭାଇ ଏମାନଙ୍କୁ ଦେଖି ନ ରହି ଚାଲି ଯାଉଥିଲେ। ଦୁଇ ଭଉଣୀ ସେମାନଙ୍କୁ କିଛି ହେବ ନାହିଁ ବୋଲି ଭିତରକୁ ପ୍ରବେଶ କରିବାକୁ କହିଲେ। ଦୁଇ ଭାଇ ଭିତରକୁ ଗଲେ। ସଭିଏଁ ସଭିଙ୍କ ପରିଚୟ ପଚାରି ଜାଣିଲେ। ବଡ଼ ଭଉଣୀଙ୍କ ନାମ ଶକୁନ୍ତଳା ଓ ସାନ ଭଉଣୀଙ୍କ ନାମ ଜ୍ୟୋତ୍ସ୍ନା। ଦୁହେଁ ଦେଖି ବାକୁ ଖୁବ୍ ସୁନ୍ଦର ।ଶକୁନ୍ତଳା ବିମୋହିତ ହୋଇଗଲେ ବୀରଭଦ୍ରଙ୍କ ରୂପ ସୌନ୍ଦର୍ଯ୍ୟରେ। ଜ୍ୟୋତ୍ସ୍ନା ମଧ୍ୟ ବଳଦେବଙ୍କ ରୂପ ସୌନ୍ଦର୍ଯ୍ୟରେ ମୋହିତ ହୋଇଛନ୍ତି। ଏମାନେ ଯାଇ ସେମାନଙ୍କ ନିକଟରେ ନିଜର ଭାବନା ପ୍ରକାଶ କରିଛନ୍ତି। ବୀରଭଦ୍ର ମଧ୍ୟ ଧିରେ ଧିରେ ଶକୁନ୍ତଳାକୁ ଭଲ ପାଇ ବସିଲେ ଓ ବଳଦେବ ମଧ୍ୟ ଜ୍ୟୋତ୍ସ୍ନାକୁ ଦେଖି ଭଲ ପାଇବାରେ ଲାଗିଲେ। ସେମାନେ ପରସ୍ପରକୁ ମନ ଦେଇଥିଲେ। ରାତ୍ରିରେ ସେମାନେ ଏକାଠି ଭୋଜନ କଲେ। ବଳଦେବ ଓ ବିରଭଦ୍ରଙ୍କୁ ବିବାହ କରିବର ପ୍ରସ୍ତାବ ଦେଇଥିଲେ। ଦୁଇ ଭାଇ କହିଲେ ଆମେ ଗୋଟିଏ ଔଷଧ ଖୋଜିବାକୁ ଯାଉଛୁ ଆଉ ଅଳ୍ପ ଦିନ ଲାଗିବ। ଆମେ ଫେରିବା ସମୟରେ ଆମ ସହ ତୁମେ ଆମ ଘରକୁ ଯିବ। ସେମାନେ ରାତ୍ରିରେ ବିଶ୍ରାମ ନେଇ ସକାଳୁ ଉଠି ଶକୁନ୍ତଳା ଓ ଜ୍ୟୋତ୍ସ୍ନାଙ୍କୁ ଆମ ପାଇଁ ବ୍ୟସ୍ତ ହେବନାହିଁ ଆମେ ଶୀଘ୍ର ଫେରି ଆସିବୁ ବୋଲି କଥାଦେଲେ । ଦୁଇ ଭଉଣୀ ଦୁଃଖରେ ସେମାନଙ୍କ ବାଟକୁ ଅପେକ୍ଷା କରିଥାନ୍ତି। ବୀରଭଦ୍ର ଓ ବଳଦେବ ଆଗକୁ ଚାଲୁ ଥାଆନ୍ତି।
କିଛି ଦିନ ପରେ ତାଙ୍କର ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଗଲେ। ପର୍ବତ ଉପରେ ସେ ବୃକ୍ଷଟି ଥିଲା। ସେମାନେ ପର୍ବତକୁ ଉଠିଲେ। ବହୁତ କଷ୍ଟରେ ବହୁତ ସମୟ ପରେ ଠିକ ସ୍ଥାନରେ ପହଞ୍ଚିଲେ। ବୃକ୍ଷକୁ ଦେଖି ସେମାନେ ଖୁସି ଓ ବିସ୍ମିତ ମଧ୍ୟ ହେଲେ। ସେମିତି ବୃକ୍ଷ ଆଗରୁ କେବେ ଦେଖି ନ ଥିଲେ। ସେମାନେ ବୃକ୍ଷକୁ ପ୍ରଣାମ କରି କିଛି ପତ୍ର ଓ ଚେର ଆଣିଲେ। ଦୁହେଁ ଦୁହିଁଙ୍କୁ ଦେଖି ବହୁତ ଖୁସି ହୋଇ ଗଲେ। ଦୁହେଁ କ୍ଳାନ୍ତ ହୋଇ ଯିବାରୁ କିଛି ସମୟ ଗଛ ଛାଇରେ ବିଶ୍ରାମ ନେଲେ। କିଛି ସମୟ ପରେ ବାପା କଥା ଭାବି ଶୀଘ୍ର ଘରକୁ ଗମନ କଲେ। ସେମାନଙ୍କୁ ବୃକ୍ଷ ନିକଟରେ ପହଞ୍ଚିବା ପାଇଁ ସାତ ଦିନ ସମୟ ଲାଗିଥିଲା।
ସେମାନେ ଖୁସିରେ ଘରକୁ ଫେରୁଥାନ୍ତି। ସେମାନଙ୍କୁ ଏକ ବଡ଼ ସର୍ପ ଦୌଡାଇଲା। ବୀର୍ସା ସାପ ପଳାଇବା ମନ୍ତ୍ର ଉଚ୍ଚାରଣ କରି ସାପ ଟିକୁ ସେଠାରୁ ଅନ୍ୟ କୌଣସି କାର୍ଯ୍ୟରେ ଲଗେଇ ଦେଲା। ଦୁହେଁ ବହୁତ ଖୁସିରେ ଫେରିଲେ। ସେମାନଙ୍କୁ ଶକୁନ୍ତଳା ଓ ଜ୍ୟେସ୍ନା ଅପେକ୍ଷା କରି ରହିଥିଲେ। ଦୁଇ ଭାଇ ସେମାନଙ୍କ ପାଖକୁ ଆସିଲେ। ଏମାନଙ୍କୁ ଦେଖି ଦୁଇ ଭଉଣୀ ଆନନ୍ଦ ହେଲେ।
ସମସ୍ତେ ଖୁସି ରେ ଆଶ୍ରମରେ ପହଞ୍ଚିଲେ। ଋଷିଙ୍କୁ ଆଣିଥିବା ପତ୍ର ଓ ଚେର ଦେଲେ। ରାମଙ୍କର ଦେହରେ ଜୀବନ ନ ଥିଲା ଭଳି ଜଣାପଡ଼ୁଥିଲା। ଋଷି ପତ୍ର ଓ ଚେର ଛେଚି ରାମଚନ୍ଦ୍ରଙ୍କୁ ପିଇବାକୁ ଦେଲେ। ରାମଚନ୍ଦ୍ର ସଂପୂର୍ଣ୍ଣ ରୂପେ ସୁସ୍ଥ ସବଳ ହୋଇଗଲେ।। ଏହା ଦେଖି ଆନନ୍ଦରେ ବୀର୍ସା ଓ ବଳଦେବ ନାଚି ପକାଉଥିଲେ। ରାମ ସେମାନଙ୍କୁ ଦେଖି ଆନନ୍ଦ ହେଲେ। ଶକୁନ୍ତଳା ଓ ଜୋସ୍ନାକୁ ଦେଖି ଏମାନେ କିଏ ବୋଲି ପ୍ରଶ୍ନ କରିଛନ୍ତି ଋଷି। ଦୁଇ ଭାଇ କହିଲେ ଆମେ ପରସ୍ପରକୁ ଭଲ ପାଉଛୁ ବିବାହ ମଧ୍ୟ କରିବା ପାଇଁ ଇଚ୍ଛୁକ। ଏହା ଶୁଣି ଋଷି ଓ ରାମ ଖୁସି ହୋଇ ଗଲେ। ସେମାନେ ବହୁତ ଆନନ୍ଦ ଉଲ୍ଲାସରେ ବିବାହ ସମ୍ପନ୍ନ କରିଲେ। ସମସ୍ତେ ଖୁସିରେ ଜୀବନ ଅତିବାହିତ କରୁଥିଲେ।
ଦିନେ ବୀରଭଦ୍ର (ବୀର୍ସା) ଓ ବଳଦେବ ନଦୀକୁ ଗାଧୋଇ ଯାଇଥିଲେ। ବଳଦେବ ହଠାତ୍ ବୀର୍ସା ହାତରେ ପଦ୍ମ ଚିହ୍ନ ଦେଖିଲେ। ସେ ଖୁସି ହୋଇ ବାପାଙ୍କୁ ସେସବୁ କଥା କହିଲେ। ରାମ ଚନ୍ଦ୍ର ଖୁସିରେ ଋଷିଙ୍କ ନିକଟରେ ସବୁ କଥା କହିଲେ। ଋଷି ତାହା ଶୁଣି ଖୁସି ହେଲେ। ବୀରଭଦ୍ର ତାଙ୍କ ବାପାଙ୍କୁ ଚିହ୍ନି ପାରି ବହୁତ ଖୁସି ହେଲେ। ସମସ୍ତେ ଖୁସିରେ ଜୀବନ ଅତିବାହିତ କରୁଥିଲେ।
ଦିନେ ଋଷି ଧ୍ୟାନ ରେ ଥାଆନ୍ତି। ତାଙ୍କୁ ପ୍ରଭୁ ନାରାୟଣ କହିଲେ:- ରାମ ପୂର୍ବ ଜନ୍ମରେ ତୋର ନିଜ ଭାଇ ଥିଲା। ସେ ମୋର ପ୍ରିୟ ଭକ୍ତ। ତୁମେ ଖୁସିରେ ତାଙ୍କ ସହିତ ରହି ଜୀବନ ଅତିବାହିତ କର। ସମସ୍ତେ ଖୁସିରେ ରହିଲେ। ତାଙ୍କର ଘର ସୁଖରେ ପରିପୂର୍ଣ୍ଣ ହୋଇଗଲା। କିଛି ବର୍ଷ ପରେ ଶକୁନ୍ତଳା ଓ ଜୋସ୍ନାଙ୍କର ଗୋଟିଏ ଗୋଟିଏ ପୁଅ ହେଲା। ଏହା ଦେଖି ସମସ୍ତେ ଖୁସି ହେଲେ।।
ସମାପ୍ତ
ପବିତ୍ର ବେହେରା
ସମ୍ବଲପୁର
0 Comments